ରାଜକନିକା,୨୧ା୩ :ରାଜକନିକା ବ୍ଲକ୍ କଂଗ୍ରେସ ପକ୍ଷରୁ ପଂଚାୟତ ନିର୍ବାଚନର ସମୀକ୍ଷା ସହିତ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜକନିକା ବ୍ଲକ୍ ନହୁଲିଆ ଠାରେ ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଂଗ୍ରେସ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ପଂଚାୟତ ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ନିର୍ବାଚନ ଫଳାଫଳର ସମୀକ୍ଷା କରାଯାଇଥିଲା । ଏହି ଅବସରରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଯୋଗଦେଇ ପରାଜିତ ପ୍ରାର୍ଥୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ସାଧାରଣ ଲୋକମାନଙ୍କ ସମସ୍ୟାକୁ ସବୁବେଳେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଆଗାମୀ ଦିନରେ ଦଳର ସଂଗଠନକୁ ମଜ୍ଭୁତ୍ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଦୁଇ ଜିଲାପରିଷଦ ପ୍ରାର୍ଥୀ କ୍ଷୀରୋଦ ବେହୁରିଆ ଏବଂ ପ୍ରମିଳା ସାହୁଙ୍କ ସହିତ ନବନିର୍ବାଚିତ ସରପଂଚ ଦୁର୍ଯ୍ୟୋଧନ ମହାନ୍ତି, ପ୍ରଦୀପ କୁମାର ଦାସ, ଗଙ୍ଗାଧର ବେହେରା, ଯଶୋବନ୍ତ ବେହେରା ସମିତି ସଭ୍ୟ ଅମିତ୍ କୁମାର ନାୟକ, ଗୌତମ ବାରିକ୍, ସର୍ମିଷ୍ଠା ଦାସ, ଅଞ୍ଜନା ସାହୁ, ଲକ୍ଷ୍ମୀପ୍ରିୟା ନାୟକ, ସାରଥୀ ହେମ୍ବ୍ରମ ପ୍ରମୁଖଙ୍କୁ ପୂର୍ବତନ ବିଧାୟକ ଶ୍ରୀଶର୍ମା ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଳି ବ୍ଲକ୍ କଂଗ୍ରେସ ସଭାପତି ରବିନାରାୟଣ ବେହେରା ଏବଂ ସଂଗଠକ ନଳିନୀକାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ । ରାଜକନିକା ବ୍ଲକ୍ର ୨୮ ଏବଂ ୨୯ ନମ୍ବର ଜୋନ୍ର ପ୍ରାୟ ଏକ ହଜାର କଂଗ୍ରେସ କର୍ମୀ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।
-Advertisement-
-Advertisement-