ଭୁବନେଶ୍ବର ୧୬।୨: ଆଜି ପଞ୍ଚାୟତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ଆକ୍ରମଣରେ ଦୁଇଜଣ ରିପୋର୍ଟର ଓ ୨ ଜଣ କ୍ୟାମେରାମ୍ୟାନ ଆହତ ହୋଇଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା କଣାସ ବ୍ଲକରେ ଏହି ଆକ୍ରମଣ କରାଯାଇଛି । ବ୍ଲକର ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ ।
ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ନ୍ୟୁଜ୍ ସେଭେନର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନ, ନ୍ୟୁଜ୍ ୧୮ ଓଡ଼ିଆର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ମୋଟ ୪ ଜଣ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି ।