ପୁରୀ୨୨/୩: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ମଙ୍ଗଳବାର ପୁରୀ ପୋଲିସ୍ ଆଉ ୪ ଅଭିଯୁକ୍ତୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଟୁଟୁ, ହରି ପଣ୍ଡା, କୁନମୁନି ଓ ଜଗନ ଖଟେଇ । ତେବେ ଏହି ୪ ଅଭିଯୁକ୍ତଙ୍କ ଗିରଫ ଏବଂ ତଦନ୍ତକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂ ।ପ୍ରେସମିଟରେ ସୂଚନା ଦେଇ ଏସପି କହିଛନ୍ତି ଯେ ରାଜ୍ୟ ବାହାରକୁ ଚାଲିଯିବାକୁ ଉଦ୍ୟମ ବେଳେ ୪ ଅଭିଯୁକ୍ତଙ୍କୁ କୋରାପୁଟ ସୀମାରୁ ଗିରଫ କରାଯାଇଛି । ହତ୍ୟା ମାମଲାରେ ମୋଟ୍ ୧୦ ଜଣକୁ ଗିରଫ କରାଯାଇଛି ଏବଂ ସମସ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରି-କ୍ରିଏସନ କରାଯିବ । ଏହା ପରେ ଜଣାପଡ଼ିବ କାହାର କ’ଣ ଭୂମିକା ଥିଲା । ହତ୍ୟାରେ ବ୍ୟବହୃତ ଗାଡ଼ି, ମାରଣାସ୍ତ୍ର ଜବତ ପାଇଁ ଉଦ୍ୟମ ଚାଲିଥିବା ନେଇ କହିଛନ୍ତି ପୁରୀ ଏସପି ।