କେନ୍ଦ୍ରାପଡ଼ା, ୦୬/୦୪ : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରହସନ ପାଲଟିଛି ମହାପ୍ରୟାଣ ଯୋଜନା |ବ୍ୟବଚ୍ଛେଦ ପରେ ୫ ବର୍ଷର ଝିଅର ଶବକୁ ବାଇକ୍ରେ ଘରକୁ ଫେରିଲେ ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଛଚିଣା ଗାଁର ସୁନାକର କାଣ୍ଡିଙ୍କ ୫ ବର୍ଷର ଝିଅ ବୈଶାଳୀକୁ ସକାଳୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଚିକିତ୍ସା ପାଇଁ ବୈଶାଳୀକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଝିଅର ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଘରକୁ ଆଣିବାକୁ ମହାପ୍ରୟାଣ ଗାଡ଼ିରେ ନେବା ପରିବର୍ତ୍ତେ ଝିଅର ବାପା ଓ ଦାଦା ନିଜ ବାଇକ ଯୋଗେ ଘରକୁ ନେଇଯାଇଥିଲେ। ତେବେ କାଣ୍ଡି ତାଙ୍କ ଝିଅର ମୃତଦେହକୁ ପ୍ରାୟ ୨୦ କିଲୋମିଟର ଦୂରତା ସମ୍ପର୍କୀୟଙ୍କ ସାହାଯ୍ୟରେ ବାଇକ୍ରେ ନିଜ ଗାଁକୁ ନେଇ ଯାଇଥିଲେ।