ଭୁବନେଶ୍ୱର ୦୯/୦୪: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ପତ୍ନୀକୁ ଗିରଫ କରିଛି ଭିଜିଲାନ୍ସ । ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ୧.୪୧ କୋଟି ଟଙ୍କାର ଅର୍ଥ ଜବତ କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି । ଭଞ୍ଜନଗର କ୍ଷୁଦ୍ର ଜଳସେଚନ (ଏମ୍ଆଇ) ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ବିତୀୟ ପତ୍ନୀ ଗିରଫ। କୁବେର ଯନ୍ତ୍ରୀଙ୍କ ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କୁ ବାନ୍ଧିଲା ଭିଜିଲାନ୍ସ ଟିମ୍। ପୂର୍ବରୁ କଳ୍ପନାଙ୍କ ଘରୁ ୨ କୋଟି ୫୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଆଜି ତାଙ୍କ ଭଉଣୀଙ୍କ ଘରୁ ୧ କୋଟି ୪୧ ଲକ୍ଷ ଜବତ ହୋଇଥିଲା । କ୍ଷୁଦ୍ର ଜଳସେତଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ପୂର୍ବରୁ ହୋଇଥିଲେ ଗିରଫ । ତାଙ୍କୁ ୩ ଦିନିଆ ରିମାଣ୍ଡ ଆଣି ଅଧିକ ପଚରା ଉଚାର କରିବା ଭିଜିଲାନ୍ସ ଟିମ୍। ଶୁକ୍ରବାର କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। କାର୍ତ୍ତିକେଶ୍ବରଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଘରୁ ନଗଦ ୨ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆଜି ତାଙ୍କ ଶାଳୀଙ୍କ ଘରୁ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଥିରେ ୩୫୪ ଗ୍ରାମ୍ ସୁନା ଥିବା ସୂଚନା ମିଳିଛି ।
-Advertisement-
-Advertisement-