ବିଞ୍ଝାରପୁର, ୧୮/୩ : ନଦୀରେ ଗାଧୋଇବାକୁ ଯାଇ ୭ ଜଣ ଯୁବକ ବୁଡି ଯାଇଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡସୁଆର ଗ୍ରାମ ନିକଟରେ ଖରସ୍ରୋତା ନଦୀରେ ଘଟିଛି ଏମିତି କିଛି ଘଟଣା । ନଦୀରେ ଗାଧୋଇବା ସମୟରେ ୭ ଜଣ ବ୍ୟକ୍ତି ପାଣି ସୁଅରେ ଭାସିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ସେମାନଙ୍କ ଭିତରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବାକି ଯୁବକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ଖରସ୍ରୋତା ନଦୀରେ ତଲାସି ଅଭିଯାନ ଚାଲିଛି । ଆଜି ଯାଜପୁର ଜିଲ୍ଲାରେ ଥିଲା ହୋଲି । ରଙ୍ଗ ଖେଳ ସରିବା ପରେ ୭ ଜଣ ଯୁବକ ବଡ଼ସୁଆର ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଗାଧଉଥିଲେ । ହେଲେ ଘରକୁ ଆସିବାରେ ବିଳମ୍ୱ ହୋଇଥିଲା । ଏହାପରେ ପରିବାର ଲୋକେ ଖୋଜିବା ପାଇଁ ମଙ୍ଗଳା ଘାଟକୁ ଆସିଥିଲେ। ହେଲେ ସେମାନଙ୍କ ପତ୍ତା ପାଇନଥିଲେ। ମାତ୍ର ସେମାନଙ୍କୁ ପିନ୍ଧା ଲୁଗା ଓ ଚପଲ ନଦୀ କୂଳରେ ଥିବା ଦେଖିବାକୁ ମିଳିଥିଲା। ମଙ୍ଗଳାଘାଟ ଗଣ୍ଡରେ ସେମାନେ ବୁଡ଼ିଯାଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଙ୍ଗଳାଘାଟରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ଅଗ୍ନିଶମ ବିଭାଗ ସେମାନଙ୍କ ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମାର୍କଣ୍ଡପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟ ୫ ଜଣଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳି ପାଳିନାହିଁ।
-Advertisement-
-Advertisement-