ଖୋର୍ଦ୍ଧା,୨୩।୨: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନକୁ ଅବାଧ ମୁକ୍ତ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି। ନିର୍ବାଚନ ସମୟରେ ବେଆଇନ ମଦ ଓ ନିଶା କାରବାର ବନ୍ଦ ଲାଗି ଅବକାରୀ କମିଶନରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି। ଖୋର୍ଦ୍ଧା ପୁବୁସାହି ଗ୍ରାମରେ ଅବକାରୀ ପୋଲିସ ଚଢ଼ାଉ କରି ୩୦୦ ବୋତଲ କଫ ସିରଫ ଓ ୨ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ସେହି ଗ୍ରାମର ଗଣେଶ କୁମାର ପାତ୍ରକୁ ଅବକାରୀ ବିଭାଗ ଗିରଫ କରିଛି । ତଦନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁବୁସାହିରେ ଅଭିଯୁକ୍ତ ଗଣେଶ ନିଶା କାରବାର କରୁଥିବା ଖବରପାଇ ଅବକାରୀ ର ଏକ ଟିମ ସକାଳ ସମୟରେ ଉକ୍ତ ଗ୍ରାମରେ ଚଢାଉ କରି ତାଙ୍କୁ କାବୁ କରିଥିବା ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଝାସ କେତନ ବରିହା ସୂଚନା ଦେଇଛନ୍ତି ।
-Advertisement-
-Advertisement-