ପଞ୍ଜାବ,୪/୨: ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଝଟକା । ପଞ୍ଜାବରେ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନୀଙ୍କ ପୁତୁରାକୁ ଗିରଫ କରିଛି ଇଡି । ବେଆଇନ ଖଣି ଖନନ ଅଭିଯୋଗରେ ଚନ୍ନୀଙ୍କ ପୁତୁରା ଭୂପିନ୍ଦରସିଂ ହନୀଙ୍କୁ ଗିରଫ କରିଛି ଇଡି । ସୂଚନା ମୁତାବକ ଗତକାଲି ଭୂପିନ୍ଦରସିଂ ହନୀଙ୍କୁ ଇଡି ଗିରଫ କରିଥିଲା । ଗରିଫ କରେ ତାଙ୍କୁ ଡାକ୍ତରଖାନା ନେବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା ଇଡି । ଗତ ଜାନୁଆରୀ ମାସରେ ବେଆଇନ ଖଣି ଖନନ ମାମଲାକୁ ନେଇ ଇଡି ଭୂପିନ୍ଦରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଚଢ଼ଉ କରାଯାଇ ୧୦ କୋଟି ଟଙ୍କା, ୨୧ ଲକ୍ଷ ଟଙ୍କାର ସୁନା, ୧୨ ଲକ୍ଷ ଟଙ୍କାର ରୋଲେକ୍ସ ୱାଚ୍ ଜବତ କରାଯାଇଥିଲା।