ନୂଆଦିଲ୍ଳୀ,୧୦/୦୩: ଗୋଆରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଗୋଆରେ ବିଜେପି ବର୍ତ୍ତମାନ ସୁଦ୍ଧା ୧୯ ଆସନରେ ଅଗ୍ରଣୀ ରହିଥିବା ବେଳେ ଦୁଇ ଜଣ ସ୍ୱାଧୀନ ବିଧାୟକ ବିଜେପି ପ୍ରତି ସମର୍ଥନ ଜାହିର କରିଛନ୍ତି । ୪୦ ଆସନ ବିଶିଷ୍ଟ ଗୋଆରେ ସରକାର ଗଠନ ପାଇଁ ୨୧ ଟି ଆସନର ଆବଶ୍ୟକତା ଥାଏ । ବିଜେପି ବର୍ତ୍ତମାନ ସୁଦ୍ଧା ୧୯ ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ଦୁଇ ଜଣ ସ୍ୱାଧୀନ ସଦସ୍ୟ ମାନୁଏଲ୍ ଭାଜ୍ ଓ ଆଲେକ୍ୱିଓ ରିଗିନାଲ୍ଡୋ ବିଜେପି ପ୍ରତି ନିଜର ସମର୍ଥନ ଜାହିର କରିଛନ୍ତି ।ପ୍ରମୋଦ ସାୱନ୍ତଙ୍କୁ ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି । ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଥିବା ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।