ଘଟକେଶ୍ୱର ପ୍ରକଳ୍ପ ବୁଲିଦେଖିଲେ ଜଳସମ୍ପଦ ସଚିବ

ବ୍ରହ୍ମପୁର, ୨୦।୦୪-  : ଜଳସମ୍ପଦ ସଚିବ ଅନୁ ଗର୍ଗ ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତର କୋଇଲିକୋଟ ଠାରେ ନୂତନ ଭାବେ ଚିକିଟି ଜଳସମ୍ପଦ ବିଭାଗ ଦ୍ୱାରା ୧୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଘଟକେଶ୍ୱର ଜଳ ପ୍ରକଳ୍ପ ର ସମୀକ୍ଷା କରିଥିଲେ । ୨୦୨୦ ଫେବୃଆରୀ ମସିହାରେ ଏହାର ଶୁଭ ଦେଇଥିଲେ ମାନ୍ୟବର ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ୨୦୨୨ ଜୁଲାଇରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।ଜମି ଅଧିଗ୍ରହଣ ସହ ଖଜଣା ଛାଡ଼ ପ୍ରସ୍ତାବକୁ ମଧ୍ୟ ରାଜ୍ୟ ସରକାର ମଞ୍ଜୁରୀ ଦେଇସାରିଛନ୍ତି । ପ୍ରକଳ୍ପର ରୂପରେଖ ସହ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜଳସମ୍ପଦ ଅଧିକାରୀ ମାନେ ବୁଝାଇଥିଲେ ।ପ୍ରକଳ୍ପ କାର୍ଯ୍ୟକାରିହେଲେ ବ୍ରହ୍ମପୁର,କୁକୁଡାଖଣ୍ଡି ଓ ରଙ୍ଗେଈଲୁଣ୍ଡା ବ୍ଲକର ୭୫ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବ ଏବଂ ୬୦୦ ହେକ୍ଟର ଚାଷ ଜମିକୁ ପାଣି ମିଳିବ ।ସମ୍ପୂର୍ଣ ପ୍ରକଳ୍ପ ବୁଲିଦେଖିଥିଲେ ସଚିବ ।ପରେ ଫାଇବ-ଟି ଦ୍ୱାରା ରୂପାନ୍ତରିତ ହୋଇଥିବା ପୁରୁଣାପାଟଣା ଉଚ୍ଚବିଦ୍ୟାଳୟ ବୁଲିଦେଖିଥିଲେ । ପିଲାମାନଙ୍କୁ କେଉଁପରି ସ୍କ୍ରିନ୍ ମାଧ୍ୟମରେ ପାଠ ପଢାଯାଉଛି ଏବଂ ପିଲାମାନେ କିପରି ଶିକ୍ଷାଲାଭ କରୁଛନ୍ତି ସେନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।ନିର୍ମିତ କାର୍ଯ୍ୟଶୈଳୀକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଓ ପିଡି, ଉପ-ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ ସଚିବ । ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟଆମ୍ବୃତ କୁଲାଙ୍ଗେ,ପ୍ରକଳ୍ପ ନିର୍ଧେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ,ବ୍ରହ୍ମପୁର ଉପ-ଜିଲ୍ଲାପାଳ କୀର୍ତି ଭାସନ୍, ଜଳସମ୍ପଦ ବିଭାଗର ବିଜୟ ଚନ୍ଦ୍ର ମିଶ୍ର, ଅସୀମ କୁମାର ମହାପାତ୍ର, ଚିକିଟି ଜଳସମ୍ପଦ ବିଭାଗର ସିନିୟର ଇଞ୍ଜିନିୟର ସଂଜୀବ ଦାସ ଶର୍ମା, କୁକୁଡାଖଣ୍ଡି ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ ।

-Advertisement-
-Advertisement-

Leave a Reply