ନୂଆଦିଲ୍ଲୀ,୧୪/୦୪: ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଚଳିତବର୍ଷ ମୌସୁମୀ ବର୍ଷା ପରିମାଣ ୯୬ରୁ ୧୦୪% ରହିବ । ଉତ୍ତର ଓ କେନ୍ଦ୍ର ଭାରତରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ । ଉତ୍ତର ପୂର୍ବାଞ୍ଚଳ, ଉତ୍ତର ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳରେ ବି କମ୍ ବର୍ଷା ହୋଇପାରେ ।ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଛି।