ଜାପାନରେ ଭୟାବହ ଭୂମିକମ୍ପ

ଟୋକିଓ ୧୬/୦୩: ଜାପାନରେ ଭୟାବହ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ଥିବର ସୂଚନା । ଶକ୍ତିଶାଳୀ ଭୂମିକମ୍ପ ଫଳରେ ଜାପାନର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି । ଭୂମିକମ୍ପ ଫଳରେ ସୁନାମୀ ଆସିବା ନେଇ ଆଶଙ୍କା ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ, ଜାପାନର ରାଜଧାନୀ ଟୋକିଓ ଠାରୁ ୨୯୭ କିମି ଉତ୍ତରପୂର୍ବ ଦିଗରେ ଭୂକମ୍ପ କେନ୍ଦୀଭୂତ ହୋଇଛି । ଭୂମିକମ୍ପ ପରେ ଅନେକ ଅଞ୍ଚଳରେ ବଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ବ୍ୟାପକ ଅଞ୍ଚଳରେ କ୍ଷୟକ୍ଷତି ଘଟିଥିବା ସନ୍ଦେହ କରାଯାଉଛି । ତେବେ ବଡ ଧରଣର ଭୂମିକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି ।