ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବ୍ରହ୍ମପୁର,୨୮/୩ :ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ନାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଛତ୍ରପୁରର ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାରେ ବିଚାରକ ମଣ୍ଡଳୀ ଭାବରେ ଜିତେନ୍‌ ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁରଚିତା ପଟ୍ଟନାୟକ, ସହକାରୀ ପ୍ରଫେସର, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏବଂ ଲକ୍ଷ୍ମଣ ପଣ୍ଡା, ଅବସରପ୍ରାପ୍ତ ସି,ଏଲ୍ ଅଫ୍ ସ୍କୁଲ୍କ, ଓ ଓଡ଼ିଆ ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗୀତାର ବିଶ୍ଵନାଥ ପଲେଇ, ବଟକୃଷ୍ଣ ତ୍ରିପାଠୀ, ଛତ୍ରପୁର ଏବଂ ପ୍ରଫୁଲ୍ଲ ମହାପାତ୍ର ବିଚାରକ ଭାବରେ ଯୋଗଦେଇଥିଲେ । ଉଚ୍ଚ ବିଦ୍ୟାଳୟ ନିମନ୍ତେ ବିଷୟ ବସ୍ତୁ ଥିଲା “ଆମ ଭାଷା ଆମ ଅସ୍ମିତା”, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ସ୍ଥରରେ ବିଷୟ ବସ୍ତୁ ” ଭାଷା ଆନ୍ଦୋଳନରେ ଅବିଭକ୍ତ ଗଞ୍ଜାମର ଅବଦାନ” ଓ ମହାବିଦ୍ୟାଳୟ ସୁରୀୟ +୩ ସ୍ତରରେ ବିଷୟ ବସ୍ତୁ ” ସ୍ବତନ୍ନ ଉତ୍କଳ ଗଠନ ଓ ଭାଷା ଆନ୍ଦୋଳନ” ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତା ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭବାନୀ ମହାରଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁର ଦ୍ବିତୀୟ ବଦ୍ରୀନାଥ ମିଶ୍ର, ଅନସ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଛତ୍ରପୁର ଓ ତୃତୀୟ ବିଜୟଲକ୍ଷ୍ମୀ ମହାରଣା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ସେହିପରି ଉଚ୍ଚ ମାଧ୍ୟମିକ +୨ ସ୍ତରରେ ପ୍ରଥମ ସ୍ଥାନ ଅଧୁକାର କରିଛନ୍ତି ଶୁଭଶ୍ରୀ ଶତପଥୀ, ପଣ୍ଡିତ ନୀଳକଣ୍ଠ ହଳ ଏକାଡେମୀ କଲେଜ, ଦ୍ଵିତୀୟ ମଧୁସ୍ମିତା ପ୍ରଧାନ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ଓ ତୃତୀୟ ଅଜିତ୍ କୁମାର ମହାରଣା, ପ୍ରତିଭା ଆନାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଏବଂ ମହାବିଦ୍ୟାଳୟ +୩ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପୂଜା ସାହୁ, ସରକାରୀ ବୀଜ୍ଞାନ ମହାବିଦ୍ୟାଳୟ, ଦ୍ୱିତୀୟ କିରନ୍ ମହାରଣା, ସରକାରୀ ବୀଜ୍ଞାନ ମହାବିଦ୍ୟାଳୟ ଓ ତୃତୀୟ କିରଣ ପ୍ରଧାନ, ମହିଳା ଡିଗ୍ରୀ ମହାବିଦ୍ୟାଳୟ ପ୍ରମୁଖ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଲକ୍ଷ୍ମୀପ୍ରିୟା ପଲେଇ, କାରମେଲ୍ ସିନିୟର ସେକେଣ୍ଡାରୀ ସ୍କୁଲ ଓ ବି. ଭେଣ୍ଡା ରେଡ୍ଡୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଦ୍ୱିତୀୟ ବର୍ଷାରାଣୀ ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଓ ତୃତୀୟ ଝାନସୀରାଣୀ ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରଥମ ଯଶୋବନ ଗୌଡ, ପ୍ରତିରା ଆବାସିକ ଉଚ୍ଚ ମାଧ୍ୟମିଳ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସୂତିରାଣୀ ପଟ୍ଟନାୟକ, କାରମେଲ୍ ସିନିୟର ସେକେଣ୍ଡାରୀ ସ୍କୁଲ ଓ ତୃତୀୟ ଆୟୁଷ ଆଚାର୍ଯ୍ୟ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ତା, ୨୯-୦୩-୨୦୨୨ରିଖ ଅପରାହ୍ନ ୩ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଜିଲ୍ଲା ସ୍ତରରେ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ସ୍ନାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟପୁରୀୟ ପ୍ରତିଯୋଗିତ ରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ । ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ତତ୍ବାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏପ୍ରେଲ ୧ ତାରିଖ ଦିନ ସକାଳ ୧୦ ଘ ସମୟରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଜିଲ୍ଲା ସଂସ୍କୃତ ଭବନ ଛତ୍ରପୁର ଠାରେ ପୁରସ୍କୃତ କରାଯିବ ।