ନୂଆଦିଲ୍ଲୀ ,୨୩/୨:ଦଶମ-ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନେଇ ସୁପ୍ରିମ୍କୋର୍ଟରେ ଆଜି ଶୁଣାଣି|ଦଶମ ଓ ଦ୍ବାଦଶ ଶ୍ରେଣୀର ଅଫ୍ଲାଇନ୍ ପରୀକ୍ଷା ରଦ୍ଦ କରିବାର ଆବେଦନ ଉପରେ ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି ହେବ। ଏହି ମାମଲାରେ ଅଦାଲତ ଦ୍ବାରା ଆବେଦନକର୍ତ୍ତାକୁ ସିବିଏସଇକୁ ଆବେଦନର କପି ଦେବାକୁ କହିଛନ୍ତି। ବିଚାରପତି ଏଏମ୍ ଖାନଭିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। କୋର୍ଟରେ ଅଭିଯୋଗ ହୋଇଥିବା ଆବେଦନରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ବୋର୍ଡ, ସିବିଏସ୍ଇ ଓ ଆଇସିଏସଇର ଅଫ୍ଲାଇନ୍ ପରୀକ୍ଷା ଗୁଡ଼ିକ ରଦ୍ଦ କରିବାକୁ ଦାବି ହୋଇଛି। ତେବେ ସୁ୍ପ୍ରିମକୋର୍ଟ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବେ।
-Advertisement-
-Advertisement-