ପଞ୍ଚାୟତ ନିର୍ବାଚନ: ଆଜିଠୁ ଭୋଟ୍‌ ଗଣତି

ଭୁବନେଶ୍ୱର,  ୨୬।୦୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର  ଆଜିଠୁ  ଭୋଟଗଣତି ଆରମ୍ଭ   । ଏଥିନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସବୁ ବ୍ଲକ ମୁଖ୍ୟାଳୟରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ । ୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନ୍‌ର ଗଣତି କରାଯିବ ।   ୩ ଦିନ ଧରି ଏହି ଗଣତି ପ୍ରକ୍ରିୟା ଚାଲୁ ରହିବ । ଅର୍ଥାତ୍‌ ୨୮ ତାରିଖରେ ଏହା ଶେଷ ହେବ । ବ୍ଲକ ସ୍ତରରେ ଗୋଟିଏ ଗୋଟିଏ ୱାର୍ଡର ଗଣତି ଶେଷ ହେବାପରେ ମାଇକ୍‌ ମାଧ୍ୟମରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ରାଜ୍ୟର ୨ ଲକ୍ଷ ୨୦ ହଜାର ଦେଇଥିବା ନିଜର ରାୟ ପ୍ରକାଶ ପାଇବା ପରେ ସେମାନଙ୍କର ନେତା କିଏ ହେବେ ତାହା ସ୍ପଷ୍ଟ ହୋଇଯିବ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗଣତି ହେବ । ସେହିପରି ୨୭ ତାରିଖରେ ୩୦୭ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେବ । ମୋଟାମୋଟି ଭାବେ କହିବାକୁ ଗଲେ ୨୯ ତାରିଖ ପୂର୍ବରୁ ୯୧ ହଜାର ୮୯୦ ୱାର୍ଡମେମ୍ବର ପଦବି, ୬୭୯୩ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ ଜିଲ୍ଲା ପରିଷଦ ଜୋନର ବିଜେତା ୨୮ ତାରିଖ ଦିନ ଜଣାପଡ଼ିବ । ଜିଲ୍ଲା ପରିଷଦ ଜୋନ ହିସାବରେ ଭୋଟ ଗଣତି ହେବ । ଏହା ପୁଣି ଓଡ଼ିଆ ବର୍ଣ୍ଣମାଳା ଅନୁସାରେ ଟେବୁଲ ରଖାଯିବ । ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ-ଡି କର୍ମଚାରୀ ଉପସ୍ଥିତ ରହିବେ । ଭୋଟ ଗଣତି ସମୟରେ ପ୍ରତି ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ଉପସ୍ଥିତ ରହିବେ । ଭୋଟ ଗଣତି କେନ୍ଦ୍ରକୁ କୌଣସି ବୈଦ୍ୟୁତିକ ମାଧ୍ୟମ ତଥା ସାମଗ୍ରୀ ଯଥା ମୋବାଇଲ ଫୋନ୍‌, ସ୍ପାଏ ପେନ୍ ଆଦି ନିଆଯାଇପାରିବ ନାହିଁ । ନିର୍ବାଚନ ଅଧିକାରୀମାନେ ଭୋଟଗଣତି ସଂପର୍କିତ ତଥ୍ୟ ୱେବସାଇଟ୍ ମାଧ୍ୟମରେ ଜଣାଇବେ ।

-Advertisement-
-Advertisement-