ପିପିଲି-ଭୁବନେଶ୍ୱର ରାସ୍ତାରେ ରାସ୍ତାରୋକ, ଅଟକିଛି ରହିଛି ଶହ ଶହ ଗାଡ଼ି

ନିମାପଡ଼ା ୧୦।୦୩ : ପିପିଲି ଟୋଲ୍‌ ଗେଟ୍‌ ନିକଟରେ ରାସ୍ତାରୋକ । ନ୍ୟାୟ ଦାବିରେ ପୁରୀ-ଭୁବନେଶ୍ୱରର ୩୧୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟଲୋକେ । ଉଭୟ ପଟେ ଅଟକିଛି ରହିଛି ଶହ ଶହ ଗାଡ଼ି । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ପିପିଲି ଏସ୍‌ଡିପିଓ ଏବଂ ଆଇଆଇସି ପହଞ୍ଚି ସ୍ଥାନୀୟଲୋକଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ।ଖବର ଅନୁଯାୟୀ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗାଁର ସୁମିତ୍ରା ଜେନାଙ୍କ ପୁଅ ସୌମ୍ୟରଞ୍ଜନ ଦଶମ ଶ୍ରେଣୀର ଛାତ୍ର ପଢୁଥିଲା । କିନ୍ତୁ ଗତ ୭ତାରିଖ ଦିନ ସନ୍ଧ୍ୟା ୬ଟା ପରଠାରୁ ସେ ନିଖୋଜ ଥିଲେ । ପରଦିନ ମାନେ ୮ତାରିଖ ଦିନ ୧୧ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌମ୍ୟରଞ୍ଜନଙ୍କ ମୃତଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ପଡ଼ିଥିବାର ଘର ଲୋକଙ୍କୁ ଖବର ଦେଇଥିଲେ ।ତେବେ ମୃତ ସୌମ୍ୟରଞ୍ଜନ ଉକ୍ତ ଅଞ୍ଚଳର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିଲା।  ଯାହାକି ତାଙ୍କ ମୋବାଇଲ ମେସେଜରୁ ଜଣାପଡିଛି ବୋଲି ଏତଲାରେ ଦର୍ଶାଯାଇଛି । ଏହି ୧୬ ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଏବଂ ଗ୍ରାମବାସୀ ପକ୍ଷରୁ ଅଭିଯୋଗ କରାଯାଇଛି ।

-Advertisement-
vlcsnap 2022 03 10 11h54m24s785
-Advertisement-