ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆରମ୍ଭ ହେଲା ନାମଲେଖା

ପୁରୀ୧୩/୦୨: ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ପ୍ରଥମ ଥର ନାମଲେଖା ଆରମ୍ଭ ହୋଇଛି । ଚଳିତ ମାସ ୮ତାରିଖରୁ ଆରମ୍ଭ ହୋଇଛି ମେଡିକାଲ୍‌ ନାମଲେଖା ପ୍ରକ୍ରିୟା । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟ୍‌ରେ ଆଡମିଶନକୁ ଅନୁମତି ମିଳିଥିବାବେଳେ ଓଜେଇଇ ୮୫ଟି ସିଟ୍‌ ପାଇଁ ଆଡମିଶନ କରିଛି । ବଳକା ୧୫ ସିଟ୍‌ରେ ନିଟ୍‌ ମାଧ୍ୟମରେ ଅଲ ଇଣ୍ଡିଆ କୋଟାରେ ହେବ ନାମାଲେଖା । ତେବେ ପୁରୀ ମେଡିକାଲ କଲେଜରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ପ୍ରଥମ ବ୍ୟାଚ୍‌ ହୋଇଥିବାରୁ ଉତ୍ସାହ ପ୍ରକାଶ କରିଛନ୍ତି ।

-Advertisement-
-Advertisement-