ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’, ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର

ନୂଆଦିଲ୍ଲୀ ୨୮/୦୩: ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଦୁଇ ସୁପରିଚିତ ବ୍ୟକ୍ତିତ୍ବଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଶିଷ୍ଟ ‌ସାହିତ୍ୟିକ ଓ ଶିକ୍ଷାବିତ ଡ.ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’ ଓ ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ସହ ବିଭିନ୍ନ ରାଜ୍ୟର ସମୁଦାୟ ୭୪ ଜଣ ସଫଳ ବ୍ୟକ୍ତଙ୍କୁ ଆଜିର ସମାରୋହରେ ପୁରସ୍କୃତ କରାଯାଇଛି। ଏହି ପୁରସ୍କାର ପ୍ରଦାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ।ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ସମ୍ମାନ ବିତରଣ ସମାରୋହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ସ୍ୱର୍ଗତ କଲ୍ୟାଣ ସିଂଙ୍କ ପୁଅ ରାଜବୀର ସିଂ। ଏହାସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପ୍ରଭା ଆତ୍ରେଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।କୋଭାକ୍ସିନର ନିର୍ମାଣ କରିଥିବା ଭାରତ ବାୟୋଟେକର ମୁଖ୍ୟ କ୍ରିଷ୍ଣା ଇଲ୍ଲା ଏବଂ ତାଙ୍କ ପତ୍ନୀ ସୁଚିତ୍ରା ଇଲ୍ଲାଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା, ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ଓଡିଆ ପୁଅ ପ୍ରମୋଦ ଭଗତ, ପାଲା ଆଥଲେଟ୍ ସୁମିତ ଅଣ୍ଟିଲଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାସହ କଣ୍ଠଶିଳ୍ପୀ ସୋନୁ ନିଗମ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ବରିଷ୍ଠ କଣ୍ଠଶିଳ୍ପୀ ଚୌହ୍ୱାନଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

-Advertisement-
-Advertisement-