ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ

ତା.୧୫.୦୨.୨୦୨୨- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା କାଲି କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକର ୭୪ଟି ଗ୍ରାମ ପଞ୍ଚାୟତ ଓ ୮ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ । ତିନୋଟି ବ୍ଲକର ୩,୦୮,୨୪୧ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ପୋଲିଂ ପାର୍ଟି ମାନେ ସେମାନଙ୍କ ୱାର୍ଡରେ ଗତକାଲି ଠାରୁ ପହଞ୍ଚି ମତଦାନ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି । ମତଦାନ ନିମନ୍ତେ ଅ‍ାନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ପୋଲିଂ ପାର୍ଟିକୁ ସହଯୋଗ କରିବାକୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ପରାମର୍ଶ ଦିଆଯାଇଛି । କୃଷ୍ଣପ୍ରସାଦର ଚିଲିକା ମଧ୍ୟରେ ଥିବା ୧୪ଟି ପଞ୍ଚାୟତ ନିମନ୍ତେ ପୋଲିଂପାର୍ଟି ମାନଙ୍କ ପାଇଁ ଭେସେଲ ଏବଂ ଯନ୍ତ୍ରଚାଳିତ ଦେଶୀ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । କୃଷ୍ଣପ୍ରସାଦରେ ୧୬ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଥିବା ବେଳେ ବ୍ରହ୍ମଗିରିରେ ୨୫ ଓ କଣାସ ପାଇଁ ୨୮ ଜଣ ସେକ୍ଟର ଅଫିସର ଅଛନ୍ତି । ଉକ୍ତ ତିନୋଟି ବ୍ଲକରେ ୨୨୪ଟି ସମ୍ବେଦନଶୀଳ ବୁଥ ରହିଛି । ଅବାଧ ଓ ସ୍ବଚ୍ଛ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହେବ ।

-Advertisement-
-Advertisement-