ପ୍ରଫେସର ଚାକିରି ଛାଡି ହେଲେ ସରପଞ୍ଚ

କେନ୍ଦ୍ରାପଡ଼ା : ଯୁଗ ବଦଳୁଛି… ବଦଳୁଛି ଯୁବ ପିଢିର ସାମାଜିକ ଆଭିମୁଖ୍ୟ । ବିଗତ ଦୁଇ ତିନି ଦଶନ୍ଧି ରେ ଦେଖାଯାଇଥିଲାକି ଯୁବ ପିଢି ନିଜ ନିଜ କର୍ମ ସଂସ୍ଥାନ ନିମନ୍ତେ ଚାକିରୀ କିମ୍ବା ବ୍ୟବସାୟ କୁ ଅଦାରିନେଉଥିଲେ। ତେଣୁ ରାଜନୀତି କ୍ଷେତ୍ରରେ ଯୋଗ୍ୟ ଯୁବଗୋଷ୍ଠୀ ଯୋଗଦେବା ଖୁବ କମିଯାଇଥିଲା । କେବଳ ଆମ ଓଡିଶାରେ ନୁହେଁ ବରଂ ସାରା ଭାରତରେ । କିନ୍ତୁ ଏଥରର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମେ ବହୁ ମାତ୍ରାରେ ପାଠୁଆ ସରପଞ୍ଚ ପ୍ରାର୍ଥୀ ଦେଖିବାକୁ ପାଇଥିଲେ। ଉଚ୍ଚ ଶିକ୍ଷିତ ହୋଇ ଓ ଉଚ୍ଚ ପଦବୀ ଛାଡି ଗାଁ ମାଁ ର ଡାକ ଶୁଣି ଗାଁ ମୁହାଁ ଯୁବ ପିଢି ଆଜି ନିଜକୁ ନିର୍ବାଚନ ରଣାଙ୍ଗନରେ ପ୍ରତିପାଦିତ କରିପାରିଛି ।

ଓଡିଶା ରାଜନୀତି ର ପରୀକ୍ଷିତ ପ୍ରୟୋଗଶାଳା କେନ୍ଦ୍ରାପଡା ଜିଲ୍ଲାରେ ଏହିଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଡ଼କୁଳ ଗ୍ରାମପଞ୍ଚାୟତ ରେ ହୋଇଥିବା ସରପଞ୍ଚ ନିର୍ବାଚନରେ ବାଜି ମାରିନେଇଛନ୍ତି ଏହି ଅଞ୍ଚଳର ଉଚ୍ଚ ଶିକ୍ଷିତା ବୋହୁ ପ୍ରଜ୍ଞା ପାରମିତା (ପିଙ୍କି)

ଶିକ୍ଷାଗତ ଭାବରେ ଜଣେ ମେରାଇନ ଇଂଜିନିୟରିଂ ଏମ.ଟେକ. ଉପାଧି ଅର୍ଜିତା ପ୍ରଜ୍ଞା ରାଜଧାନୀର ଏକ ପ୍ରତିଷ୍ଠିତ ବୈଷୟିକ ମହାବିଦ୍ୟାଳୟରେ ସହ ପ୍ରାଧ୍ୟାପକ ପଦବୀରେ ଶିକ୍ଷାଦାନ କରୁଥିବାବେଳେ ଏଥର ପଞ୍ଚାୟତ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରଜ୍ଞା ମୋଟ ମତଦାନ ହୋଇଥିବା ୬୦୫୪ ଭୋଟ ମଧ୍ୟରୁ ୨୪୩୪ ଭୋଟ ପାଇ ବିଜୟୀ ହୋଇଛନ୍ତି।

ଏହି ନିର୍ବାଚନରେ ବିଜୟ ଲାଭ କାଲାପରେ ପ୍ରଜ୍ଞା କହିଛନ୍ତି ଯେ “ନିଜର ଶିକ୍ଷା ଓ ଅଭିଜ୍ଞତା କୁ ଲୋକଙ୍କ କାମରେ ଲଗାଇପାରିଲେ ମୋ ଲଢେଇ ସଫଳ ହବ । ମୋତେ ଯିଏ ଭୋଟ ଦେଇଛନ୍ତି ଓ ଯିଏ ଦେଇ ନାହାଁନ୍ତି ସମସ୍ତେ ମୋ ପାଇଁ ମୋ ପାଞ୍ଚାୟତବାସୀ ଓ ମୋ ପରିବାରର ସଦସ୍ୟ । ସମସ୍ତଙ୍କୁ ଉଚିତ ସମ୍ମାନ ଦେଇ ସମସ୍ତ ବର୍ଗ କୁ ଏକାଠି କରି ଏକ ଆଦର୍ଶ ବଡ଼କୁଳ ପଞ୍ଚାୟତ ଗଢିତୋଳିପାରିଲେ ମୋ ତପସ୍ୟା ସଫଳ ହେବ । ଏ ଅଞ୍ଚଳର ବୋହୁ ହୋଇ ସୁଦ୍ଧା ମୋତେ ଏଠି ଝିଅଭଳି ଆଦର ମିଳିଥିବାରୁ ମୁଁ ଚିର ଋଣୀ ରହିବି ।

ପ୍ରଜ୍ଞାଙ୍କୁ ସରପଞ୍ଚ ଭାବରେ ଜିତାଇ ବଡ଼କୁଳ ପାଞ୍ଚାୟତବାସୀ ବହୁତ ଉତ୍ସାହିତ ତଥା ବିକାଶ ପାଇଁ ଆଶାବାଦୀ ଅଛନ୍ତି ।

ପ୍ରଜ୍ଞା ପୂରୁଣା ଭୁବନେଶ୍ବର ମହାବୀର ନଗର ନିବାସୀ ଶ୍ରୀ ନାରାୟଣ କର ଓ ଶ୍ରୀମତୀ ସେଫାଳୀ କର ଙ୍କ ଏକ ମାତ୍ର କନ୍ୟା ପ୍ରଜ୍ଞାଙ୍କ ସ୍ଵାମୀ ସାଗର ପୂର୍ବରୁ ମଲ୍ଟିନ୍ୟାସନାଲ କମ୍ପାନୀ ରେ କାର୍ଯ୍ୟରତ ଥିଲେ ଓ ପରେ ନିଜ ବ୍ୟବସାୟ ରେ ବ୍ୟସ୍ତ I

ସତରେ ଓଡିଶା ଅଗଉଛି… ଯୁବ ପିଢି ରାଜନୀତିରେ ଅଗଉଛି… ଏହା ଏକ ଶୁଭ ସଂକେତ ନୁହେଁକି…