ସୁଆଣ୍ଡୋ୧୬/୪ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ବଦଳିବ ଉତ୍କଳମଣିଙ୍କ ଷଠିଘର। ଶନିବାର ସକାଲେ 5T ସଚିବ ଭି.କେ ପାଣ୍ଡିଆନ ସୁଆଣ୍ଡୋ ରେ ପହଞ୍ଚିଥିଲେ। ସୁଆଣ୍ଡୋରେ ଚାଲିଥିବା ଶିବ ମନ୍ଦିର, ଉତ୍କଳମଣି ମ୍ୟୁଜିୟମ, ଷଠିଘର ପୁନଃରୁଦ୍ଧାର ଭଳି କାମ ତଦାରଖ କରିଥିଲେ । ଖୁବଶୀଘ୍ର ଏହି ସବୁ କାମ ସରିବ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ସଚିବ । ସୁଆଣ୍ଡୋରେ ୧୫.୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ପାର୍କ, ରାସ୍ତା, ମନ୍ଦିର, ଗୋପବନ୍ଧୁଙ୍କ ଦାସ ଗୃହର କାମ ଅନୁଧ୍ୟାନ ସହ ସ୍ଥିତି ସମୀକ୍ଷା କରିଥିଲେ ସଚିବ । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ଗସ୍ତ ସମୟରେ ଗଣମାଧ୍ୟମକୁ ଜିଲ୍ଲାପାଳ କହିଛନ୍ତି ଯେ, ୨୫ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଚାଲିଛି । ଆଗାମୀ ୨ ରୁ୩ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
-Advertisement-
-Advertisement-