ବାଣପୁର ଘଟଣା:ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ୱର ୧୩।୦୩ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ଅମାନବୀୟ ଆଚରଣକୁ ନେଇ ଆନ୍ଦୋଳନ କରିବ ବିଜେପି । ସୋମବାର ରାଜ୍ୟବ୍ୟାପୀ ଦଳ ସତ୍ୟାଗ୍ରହ କରିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ସୋମବାର ସମଗ୍ର ରାଜ୍ୟରେ ସତ୍ୟାଗ୍ରହ ବିଜେପି । ସମସ୍ତ ସହରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ମୁହଁରେ କଳା ପଟି ବାନ୍ଧି ଏହି ସତ୍ୟା ଗ୍ରହ କରାଯିବ । ଫ୍ରାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ଏହାର ବିଚାର କରି ତୁରନ୍ତ ଦୋଷୀକୁ କଡା ଦଣ୍ଡ ଦେବାକୁ ଦାବି କରିବ ଦଳ ।  ଯେହେତୁ ଗତକାଲି ବାଣପୁରରେ ବିଜେପି ଜିତିଲା , ତେଣୁ ଯୋଜନା ବଦ୍ଧ ଭାବେ ଏହି ଘଟଣା ଭିଆଯାଇଛି ।