ଭୁବନେଶ୍ୱର:୧୫ /୪:ଭାରତ ରତ୍ନ ବାବା ସାହେବ ଡ଼ା.ବି.ଆର୍. ଆମ୍ବେଦକର ଙ୍କ ୧୩୨ ତମ ଜନ୍ମତିଥି ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଅଛି। ଏହି ଅବସରରେ ଏ. ଜି. ଛକ ଠାରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପରିବାର ପକ୍ଷରୁ ପୁଷ୍ପ ମାଲ ଅର୍ପଣ କରାଯିବା ସହିତ ପରିଷଦ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଯେଉଁ ଜାତିରେ ବାବା ସାହେବ ଆମ୍ବେଦକର ଙ୍କ ଜନ୍ମ ସେ ଜାତି ଆଜି ଚିର ଅବହେଳିତ, ନିଜର ଜାତି ପ୍ରମାଣ ପତ୍ର ପାଇ ଵାରୁ ବଞ୍ଚିତ ହୋଇ ସାମ୍ବିଧାନିକ ଅଧିକାର ରୁ ଦୂରେଇ ରହିବା ଦୁଃଖ ଓ ପରିତାପର ବିଷୟ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏହି ଜାତି ଗତ ପ୍ରମାଣ ପତ୍ର କୁ ନେଇ ଆନ୍ଦୋଳନ କୁ ଆହୁରି ଜୋରଦାର କରିବାକୁ ବକ୍ତା ମାନେ ପ୍ରସ୍ତାବ ଦେଇଥିଲେ। ପୂର୍ଣ୍ଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ, ଉପ ସଭାପତି ଗୋପୀ ନାଥ ନାୟକ, ସାଂସ୍କୃତିକ ସମ୍ପାଦକ ଶଙ୍କର ନାୟକ, କ୍ୟାସିୟର ଅମର ନାୟକ, ସହ ସମ୍ପାଦକ ପ୍ରମୋଦ ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ସଞ୍ଜୟ ନାୟକ, ବିଜୟ ନାୟକ, ପ୍ରଶାନ୍ତ ନାୟକ, ରଞ୍ଜିତ ନାୟକ, ତ୍ରିନାଥ ନାୟକ, ଯୁଗଳ ନାୟକ, ସୋମନାଥ ନାୟକ, ସାହିଲ ଦାସ ଙ୍କ ସମେତ ବହୁ କର୍ମ କର୍ତ୍ତା ଓ ସଦସ୍ୟ ଯୋଗ ଦେଇ ପରିଷଦ ପକ୍ଷରୁ ଦ୍ରୁବାର ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ।
-Advertisement-
-Advertisement-