ବିକ୍ରମାଦିତ୍ୟଙ୍କୁ ଗୁରୁ ଦାୟିତ୍ୱ: ୟୁକ୍ରେନରୁ ଓଡ଼ିଆଙ୍କୁ ଫେରେଇ ଆଣିବା ପାଇଁ ସରକାରଙ୍କ ୪ ସ୍ୱତନ୍ତ୍ର ପ୍ରତିନିଧି

ଭୁବନେଶ୍ୱର, ୩/୩: ୟୁକ୍ରେନ ରେ ଫସି ରହିଥିବା ଓଡ଼ିଆ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି । କିଟ୍‌ ଓ କିସ୍‌ ର ଉପସଭାପତି(ବିଦେଶ ସମ୍ପର୍କ) ଶ୍ରୀ ବିକ୍ରମାଦିତ୍ୟଙ୍କୁ ପୋଲାଣ୍ଡ ସହ ସମଗ୍ର ସମନ୍ଵୟ ଦାୟିତ୍ୱ ଦିଆଯିବା ସହିତ ଜାତିସଂଘରେ ଶରଣାର୍ଥୀ ବ୍ୟାପାର ବିଭାଗ ର ବରିଷ୍ଠ ଅଧିକାରୀ ଆରୁଷି ରଏଙ୍କୁ ହଙ୍ଗେରୀ ଦାୟିତ୍ୱ ଦେଇଛନ୍ତି ସରକାର ।

ରୋମରେ ଅବସ୍ଥାପିତ ଜାତିସଂଘ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଓ ଶ୍ରୀ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ପାଇଁ ମନୋନୀତ କରାଯାଇଛି । ଯୁଦ୍ଧ ପାଇଁ ଫସିରହିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଦିଗରେ ସେମାନେ ଆବାସିକ କମିଶନରଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବେ । ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଫଟୋ: ଶ୍ରୀ ବିକ୍ରମାଦିତ୍ୟଙ୍କ ଫେସବୁକରୁ ସଂଗୃହିତ