ଭୁବନେଶ୍ୱର,୫/୩: ରାଜ୍ୟ ବିଧାନସଭା ପରିସରରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ,ବିଧାନସଭା ସଚିବ ଦାଶରଥି ଶତପଥୀ ପ୍ରମୁଖ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଜୁ ବାବୁ କଳିଙ୍ଗ ଖାରବେଳ କଥା ସବୁ ବେଳେ କହୁଥିଲେ। ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଙ୍କ ପାଇଁ ଲଢୁଥିଲେ। ତାଙ୍କର ନୀତି ଓ କାର୍ଯ୍ୟ ଯଦି ଉତ୍ତର ପୀଢି କାମରେ ଲଗାଇବେ ତାହେଲେ, ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆଜିର ଯୁବପୀଢ଼ି ବିଜୁ ବାବୁଙ୍କ ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହେବାର ସମୟ ଆସିଛି । ବିଜୁ ବାବୁଙ୍କ ଜୀବନ ଶୈଳୀକୁ ଅନୁସରଣ କଲେ ପ୍ରତିଟି ଓଡିଆ ବିଶ୍ଵ ଦରବାରରେ ନିଜର ସୁନାମ ଆଣିପାରିବ ବୋଲି କହିଥିଲେ । ଏହି ଅବସରରେs ସଂସଦ ବିଚାର ପୁସ୍ତକ ଉନ୍ମୋଚନ ହୋଇଥିଲା। ବିଧାନସଭା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।
-Advertisement-
-Advertisement-