ୱାଶିଂଟନ୍,୧୩/୦୨: ଆମେରିକାର କେଣ୍ଟୁକି ସହରରେ ପ୍ରଥମ ଥର ବିନା ପାଇଲଟରେ ଉଡ଼ିଛି ବ୍ଲାକ୍ ହକ୍ ହେଲିକପ୍ଟର। ଅଟୋମେସନ୍ (ସ୍ବୟଂଚାଳିତ ବ୍ୟବସ୍ଥା) ଓ ୱାର ଫେୟାର ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ଏପରି ଉଡ଼ାଣର ସଫଳ ପରୀକ୍ଷଣ ହୋଇଛି। ବିନା ପାଇଲଟ୍ରେ ଏହି ଯୁଦ୍ଧ ହେଲିକପ୍ଟର ୩୦ ମିନିଟ ଉଡ଼ିଛି। ଭୂପୃଷ୍ଠରୁ ୪ହଜାର ଫୁଟ ଉଚ୍ଚରେ ଘଣ୍ଟାପ୍ରତି ୧୧୫ରୁ ୧୨୫ମାଇଲ୍ ବେଗରେ ଏହା ଉଡ଼ିଛି। କମ୍ପ୍ୟୁଟର ସିମୁଲେସନ ମାଧ୍ୟମେର ପ୍ରସ୍ତୁତ ବାଧାବିଘ୍ନକୁ ଏଡ଼ାଇ ହେଲିକପ୍ଟର ସଫଳତାର ସହ ଉଡ଼ାଣ ପରେ ଅବତରଣ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି। ଭବିଷ୍ୟତ ଯୁଦ୍ଧରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏକ ବିବୃତିରେ କୁହାଯାଇଛି; କାରଣ ଦ୍ରୁତ ଗତିରେ ଉଡ଼ୁଥିବା ଏହି ହେଲିକପ୍ଟରକୁ ରାଡାର ଚିହ୍ନଟ କରିପାରିବ ନାହିଁ।
-Advertisement-
-Advertisement-