ପୁରୀ,୦୫/୦୨: ଆଜି ସନ୍ଧ୍ୟାରେ ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା ସମ୍ପନ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖସ୍ଥ ବଡ଼ଦାଣ୍ଡ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା କରାଯାଇଛି । ପ୍ରଥମେ ଚୁନପାଣି ପଡ଼ି ରଥଖଳାକୁ ପବିତ୍ର କରାଯାଇଥିଲା । ଏହା ପରେ କାଠ ୩ଟିର ମାଜଣା କରାଗଲା । ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତ ବିଧିମତେ କାଠ ତ୍ରୟର ପୂଜାର୍ଚ୍ଚନା କରିଛନ୍ତି । ଏଥିରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପାଇଁ ଗୁଜ ଅନୁକୂଳ କରାଯାଇଛି । ପବିତ୍ର ଶ୍ରୀପଞ୍ଚମୀରୁ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ହୋଇଛି । ଆଜି ସନ୍ଧ୍ୟାରେ ବଡ଼ଦାଣ୍ଡ ରଥଖଳା ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଜୟ ଜଗନ୍ନାଥ ଧ୍ଯନୀରେ ପ୍ରକମ୍ପିତ ହୋଇଉଠିଥିଲା ଗଗନ ପବନ।
-Advertisement-
-Advertisement-