ନୂଆଦିଲ୍ଲୀ ,୨୬/୦୨: ୟୁକ୍ରେନ୍ରେ ଅଟକି ଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଅଣାଯାଉଛି । ରୋମାନିଆରୁ ଭାରତର ପ୍ରଥମ ବିମାନ ଉଡ଼ିବାକୁ ପ୍ରସ୍ତୁତ ଅଛି । ପଶ୍ଚିମ ୟୁକ୍ରେନ୍ର ଏଲ୍ଭିଭ୍ ଓ କ୍ରେନିଭଷ୍ଟିରେ ବିଦେଶ ମନ୍ତ୍ରାଳୟର ଶିବିର ସକ୍ରିୟ ହୋଇଉଠିଛି । ୟୁକ୍ରେନରୁ ଆଜି ଭାରତୀୟ ନାଗରିକମାନେ ୪ଟି ବିମାନରେ ଆସିବେ । ଏୟାର ଇଣ୍ଡିଆର ବିମାନରେ ଏହି ଭାରତୀୟମାନେ ଆସିବେ । ୟୁକ୍ରେନରୁ ଭାରତ ଆସିବା ନେଇ ଖୁସିର ମାହୋଲ ଦେଖାଯାଇଛି । ସ୍ୱଦେଶକୁ ଫେରିବା ନେଇ ୨୫ରୁ ୩୦ ଜଣ ଭାରତୀୟ ଖୁସି ଦେଖାଯାଇଛନ୍ତି । ଏକ ଫଟୋରୁ ଏହା ଜଣାପଡୁଛି । ଭାରତୀୟ ଛାତ୍ରମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଫେବ୍ରୁଆରୀ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିଲା । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ପୋଲାଣ୍ଡ ଓ ହଙ୍ଗେରି ରାସ୍ତାରେ ସମସ୍ତଙ୍କୁ ଅଣାଯିବ । ଏହି ଉଦ୍ଧାର କାର୍ଯ୍ୟରେ ଏୟାର ଇଣ୍ଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏୟାର ଇଣ୍ଡିଆ ବିମାନ ମାଧ୍ୟମରେ ୟୁକ୍ରେନ୍ରୁ ହଜାର ହଜାର ଭାରତୀୟଙ୍କୁ ଅଣାଯାଇପାରୁଛି ।