କଟକ ,୧୫।୦୨ : ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସ୍ପି ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିୱଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ କମ୍ୟୁନିକେସ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି। ଆଜି ସକାଳୁ ୩ ଏଏସପି, ୧୦ ଡିଏସପି ଓ ୧୩ ଜଣ ଇନସ୍ପେକ୍ଟରଙ୍କଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ ଆରମ୍ଭ କରିଛି।ଅନ୍ୟପଟେ ଖଇରାରେ ଥିବା ଏକ ଫାର୍ମ ହାଉସ୍ ରେ ମଧ୍ୟ ଚଢ଼ାଉ ହେଉଛି । ଚଣ୍ଡିଖୋଲରେ ଥିବା ନର୍ସିଂ ହୋମ୍ ଓ ଟ୍ରାନ୍ସପୋର୍ଟ କମ୍ପାନୀରେ ରେଡ୍ ଚାଲିଛି । ଜଗତସିଂହପୁରର ଦଳେଇଘାଇରେ ଥିବା ତ୍ରିନାଥଙ୍କ ଡାଇଭର୍ ଙ୍କ ଘରେ ବି ଚାଲିଛି ରେଡ୍ । କଟକର ଅଫିସ୍ ଓ ଏକ ଔଷଧ ପ୍ରସ୍ତୁତ ୟୁନିଟ୍ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରଣ୍ଟ ବଳରେ ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ଉପରୋକ୍ତ ସ୍ଥାନରେ ଚଢ଼ାଉ କରାଯାଉଛି।।
-Advertisement-
-Advertisement-