ଭିଜିଲାନ୍ସ ଜାଲରେ ASI

ଝାରସୁଗୁଡ଼ା, ୨୫/୨ :ଭିଜିଲାନ୍ସ ଜାଲରେ ASI| ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍। ଓଡ଼ିଶା ମୋଟର ଭେହିକିଲ ଡିପାର୍ଟମେଣ୍ଟ (ଓଏମଭିଡି)ର ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ନାୟକଙ୍କ ଘରେ ରେଡ୍ କରାଯାଇଥିବା ଜଣାପଡ଼ିଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି। ଏହି ରେଡ୍‌ରେ ୩ ଜଣ ଡିଏସ୍‌ପି, ୧୦ ଜଣ ଇନସ୍‌ପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ନିୟୋଜିତ ଅଛନ୍ତି। ହରେକୃଷ୍ଣ ନାୟକଙ୍କ କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମ ସ୍ଥିତ ୬ଟି ଠିକଣାରେ ଚଢାଉ ହେଉଛି। କଟକ ମଙ୍ଗଳାବାଗ ସ୍ଥିତ ଘର, ପୁରୀ କୃଷ୍ଣପ୍ରସାଦ ସ୍ଥିତ ନବ ନିର୍ମିତ ଘର, ଝାରସୁଗୁଡା ଅଫିସ୍ ଓ ଭଡାଘର, ଗଞ୍ଜାମର ଲାଞ୍ଜିପାଲିରେ ତାଙ୍କର ସମର୍କୀୟଙ୍କ ଘରେ ରେଡ୍ ଚାଲିଛି।