ଭୁବନେଶ୍ୱର, ୦୨/୦୩: ରାଜଧାନୀ ଭୁବେନଶ୍ୱରରୁ ଆଜି ୧୨ କୋଟି ଟଙ୍କାର ସୁନା ଜବତ କରିଛି ଜିଆରପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରାଯାଇଛି । ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ସୁନା | ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ଟ୍ରେନ ଯୋଗେ ଭୁବନେଶ୍ବର ଆସିଥିଲା । ଟ୍ରେନରେ ୪ଟି ବ୍ୟାଗରେ ଆଣିବା ବେଳେ ଜିଆରପି ଏହାକୁ ଧରିଛି |ଏହି ଘଟଣାରେ ୪ ଜଣ ଅଟକ ରଖିଛି ଜିଆରପି । ସୂଚନା ମୁତାବକ କୋଣାର୍କ ଏକ୍ସପ୍ରେସ ଜରିଆରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ | ଅଭିଯୁକ୍ତମାନେ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ସୁନା ଥିବାବେଳେ ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ବର୍ତ୍ତମାନ ଆୟକର ବିଭାଗ ଛାନଭିନ ଜାରି ରଖିଛି ।