ନୂଆଦିଲ୍ଲୀ,୦୪।୦୩: ପାକିସ୍ତାନରେ ଆକ୍ରମଣ ।ପାକିସ୍ତାନର ପେଶାଓ୍ଵରରେ ଭୟଙ୍କର ବିସ୍ଫୋରଣ। ପେଶାଓ୍ଵରରେ ଏକ ମସଜିଦରେ ନମାଜ ପାଠ ସମୟରେ ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାର୍ଯ୍ୟରେ ୧୫ ଆମ୍ବୁଲାନ୍ସ ନିୟୋଜିତ ଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମସଜିଦରେ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଛି। ମସଜିଦରେ ପ୍ରବଳ ଭିଡ ସମୟରେ ଜଣେ ବ୍ୟକ୍ତି ନିଜକୁ ଉଡାଇଛନ୍ତି। ବିସ୍ଫୋରଣ ପୂର୍ବରୁ ପ୍ରଥମେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା।ନିକଟସ୍ଥ ଅଞ୍ଚଳକୁ ଖାଲି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ବିସ୍ଫୋରଣ ପଛରେ କୌଣସି ଆତଭ୍କୀ ସଂଗଠନର ହାତ ରହିଥିବା ଅନୁମାନ କରାଯାଉଛି । ପୋଲିସ କହିବା ଅନୁସାରେ ଆକ୍ରମଣରେ ଦୁଇ ଜଣଙ୍କର ସମ୍ପୃକ୍ତି ରହିଥିଲା । ମସଜିଦରେ ପ୍ରବେଶ ପାଇଁ ଅନୁମତି ନ ଦେବାରୁ ପୋଲିସ କର୍ମୀଙ୍କୁ ଗୁଳି କରି ଦେଇଛନ୍ତି ଏହି ଦୁଇ ଦୁର୍ବୃତ୍ତ । ଫଳରେ ଜଣେ ପୋଲିସ କର୍ମଚାରୀ ଏଥିରେ ପ୍ରାଣ ହରାଇଛନ୍ତି ।