ମାନସ ସ୍ଵାଇଁ ହତ୍ୟା ମାମଲା, ଜେଲ୍ ଗଲେ ଶର୍ମିଷ୍ଠା ଓ ଝୁନା

ଭଦ୍ରକ, ୦୭/୦୪ :କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି କୋର୍ଟରେ ହାଜର ହୋଇଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । କଡା ସୁରକ୍ଷା ମଧ୍ୟରେ ଉଭୟଙ୍କୁ ଚାନ୍ଦବାଲି କୋର୍ଟକୁ ନିଆଯାଇଥିଲା । ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା ।   ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍  ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ।ଏହି ଦୁଇ ଅଭିଯୁକ୍ତ   ଆସନ୍ତା ୧୧   କୋର୍ଟରେ ହାଜର କରାଯିବ ।  ତେବେ ଯେଉଁ ମେମୋରୀ ଚିପ୍ କୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତାହା ଏବେ କେଉଁଠି ତାର ଠୋସ୍ ପ୍ରମାଣ ଏଯାଏ ମିଳିନି । ଚିପ୍ ଖୋଜି ନିରାଶ ହୋଇଛି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଞ୍ଚ ମାନସଙ୍କ ରଣପୁର ସ୍ଥିତ ଘର, ଭୁବନେଶ୍ବରରେ ମାନସ ରହୁଥିବା ସ୍ଥାନରେ ଚିପ୍ ଖୋଜାଖୋଜି କରିଥିଲେ ମଧ୍ୟ ଏହାକୁ ପାଇନି ।

-Advertisement-
-Advertisement-