ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ଏହାସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଭିତ୍ତିଭୂମି ମଧ୍ୟ ଦେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହାସହିତ ସ୍ୱାସ୍ଥ୍ୟ ଉପରେ ହେଉଥିବା ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସ୍ବାସ୍ଥ୍ୟ ଉପରେ ପ୍ରଚାର ହେଉଥିବା ଗୁଜବ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ମୋ ସ୍ବାସ୍ଥ୍ୟ ନେଇ ଗୁଜବ କରାଯାଉଛି। କିନ୍ତୁ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। ପ୍ରଭୁ ଲିଙ୍ଗରାଜ ମନ୍ତ୍ରୀଙ୍କ ଦର୍ଶନ କରି ଖୁସି ଅନୁଭବ କରୁଛି।ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ପହଞ୍ଚିଲା ପରେ ସେଠାରେ ମନ୍ଦିର ସେବାୟତ ଓ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସ୍ବାଗତ ଜଣାଇବା ସହ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଏହାସହିତ କରୋନା ନେଇ ମୁଖ୍ୟମନ୍ତ୍ରୀ ସଚେତନ କରାଇଛନ୍ତି । ସମସ୍ତଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନା ଏବେ ବି ଅଛି । ନିୟମକୁ ମାନନ୍ତୁ ଓ ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି |