ମୁମ୍ବାଇରେ କୋଠାରେ ନିଆଁ : ୭ ମୃତ

ମୁମ୍ବାଇ : ମୁମ୍ବାଇର ତାରଦେବ ଅଞ୍ଚଳରେ ଥିବା ଏକ ଡାକ୍ତରଖାନା ନିକଟରେ ଥିବା ଏକ ୨୦ ମହଲା ବିଶିଷ୍ଟ କୋଠାରେ ଆଜି ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାନୁଯାୟୀ, ଏହି ଘଟଣାରେ କିଛି ବୃଦ୍ଧବ୍ୟକ୍ତିଙ୍କୁ ଅମ୍ଳଜାନର ଆବଶ୍ୟକତା ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଦମକଳ କର୍ମଚାରୀଙ୍କ କହିବାନୁଯାୟୀ, ନିଆଁକୁ ଆୟତ୍ତ କରିବାରେ ୧୦ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ପୁଲିସ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

-Advertisement-
-Advertisement-

Leave a Reply