ରାଜଧାନୀରେ ଭୁଶୁଡିଲା ବିଲ୍‌ଡିଂ: ୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୨୫/ ୦୪ : ରାଜଧାନୀ ଦିଲ୍ଲୀରେ   ବଡ ଧରଣର ଦୁର୍ଘଟଣା ଘଟିଛି । ସତ୍ୟ ନିକେତନ ଅଞ୍ଚଳରେ ଏକ କୋଠା ଭୁଶୁଡି ପଡିଥିବା ଜଣାପଡିଛି । ଫଳରେ ଭିତରେ ୭ ଜଣ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ପାଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ୍) ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିଲେ। ବହୁ ପ୍ରଚେଷ୍ଟା ସତ୍ତ୍ବେ ୨ ଜଣଙ୍କ ଜୀବନ ବଞ୍ଚାଇବା ସମ୍ଭବପର ହୋଇନାହିଁ । ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ସେହି ଘରେ କିଛି ଶ୍ରମିକ କାମ କରୁଥିଲେ । ଏତିକି ବେଳେ ଘରର କିଛି ଅଂଶ ହଠାତ୍‌ ଭୁଶୁଡି ପଡିଥିଲା । ଫଳରେ ଭିତରେ ଚାପି ହୋଇଯାଇଥିଲେ ଶ୍ରମିକ । ସମସ୍ତ ଶମ୍ରିକ ବିହାରର ହରରିୟା ଅଞ୍ଚଳର ବୋଲି ସୂଚନା ମିଳିଛି ।
ତେବେ ୪ଜଣ ଶ୍ରମିକଙ୍କୁ ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଅନ୍ୟ ୫ ଜଣ ବର୍ତ୍ତମାନ ମଧ୍ୟ ସେଠାରେ ଫଶି ରହିଛନ୍ତି । ଏନଡିଆରଏଫ୍‌ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

-Advertisement-
-Advertisement-

Leave a Reply