ଭୁବନେଶ୍ୱର, ୨୨/୦୨:ରାଜଧାନୀର ୧୩ଟି ଛକରେ ଲାଗିଲା ଅତ୍ୟାଧୁନିକ ସିସିଟିଭି କ୍ୟାମେରା ।୩ ଥର ନିୟମ ନ ମାନିଲେ ସବୁଦିନ ପାଇଁ ବାତିଲ୍ ହେବ DL । ଏଣିକି ନିୟମ ନ ମାନିଲେ ସିଧାସଳଖ ଆପଣଙ୍କ ମୋବାଇଲକୁ ଚାଲାଣ ଯିବ । ଘଣ୍ଟା ପ୍ରତି ୫୦ କିମି ବେଗରେ ଗାଡ଼ି ଚଳାଇଲେ ଲାଗୁ ହେବ ୭ ହଜାର ଜରିମାନା । ଏଥିସହ ଆପଣଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ । ଏପରି ଯଦି ତିନି ଥର ରଦ୍ଦ ହୁଏ, ତେବେ ସବୁଦିନ ପାଇଁ ଆପଣଙ୍କର ଲାଇସେନ୍ସ ବାତିଲ କରାଯିବ । ଏନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ୧୩ଟି ସ୍ଥାନରେ କ୍ୟାମେରା ଲଗାଇଥିବା ଜଣାପଡ଼ିଛି । ଏହି ଛକଗୁଡ଼ିକ ମଧ୍ୟରେ ପଟିଆ, ପାୱାର ହାଉସ୍, କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ହସ୍ପିଟାଲ, କିଟ୍ ଛକ, କିଟ୍ କ୍ୟାମ୍ପସ ନମ୍ବର-୩, ଶିଶୁଭବନ ଛକ, ବାଣୀବିହାର ଠାର ଶିଶୁଭବନ, କ୍ୟାପିଟାଲ ଛକ, ଶାସ୍ତ୍ରୀନଗର ଛକ, ରାଜମହଲ ଛକ, ଟ୍ରାଇଡେଣ୍ଟ ହୋଟେଲ ନାକାଗେଟ୍ ଆଦି ରହିଛି । ଯଦି ଉକ୍ତ ଛକମାନଙ୍କରେ ଆପଣଙ୍କର ଗାଡ଼ିର ବେଗ ୫୦ କିମିରୁ ଅଧିକ ହୁଏ, ତେବେ ସିଟିସିଭିରେ ଆପଣଙ୍କ ମୋବାଇଲକୁ ଏସଏମଏସ ମାଧ୍ୟମରେ ଚାଲାଣ ପଠାଯିବ । ଯଦି ଉକ୍ତ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ଦେଖାଇବେ, ତେବେ ତାଙ୍କର ଜରିମାନା ରାଶି ୨ ହଜାର ଟଙ୍କାକୁ ହ୍ରାସ କରାଯିବ । ଏଭଳି ଘଟଣା ୩ ଥର ହେଲେ ଚତୁର୍ଥ ଥରକୁ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ପାଇଁ ବାତିଲ କରାଯିବ ବୋଲି କୁହାଯାଇଛି ।
-Advertisement-
-Advertisement-