ଭୁବନେଶ୍ଵର ୨୩।୨: ଭଦ୍ରକରେ ରାଜନୈତିକ ଶତ୍ରୁତାରୁ ଯୁବକଙ୍କ ହତ୍ୟା ଅଭିଯୋଗ ଘଟଣାର ପ୍ରତିବାଦ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ଉଭୟ ଉଭୟଙ୍କୁ ଦୋଷାରୋପ କରି ଧାରଣାରେ ବସିଛନ୍ତି ଦୁଇ ଦଳର ନେତା ଓ କର୍ମୀ । ହତ୍ୟାକାଣ୍ଡ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି ବିଜେଡି । ସେପଟେ ହିଂସାକାଣ୍ଡରେ ବିଜେଡି କର୍ମୀ ସମ୍ପୃକ୍ତ ଥିବା କହିଛି ବିଜେପି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅଭିଯୋଗ କରିଛି । ବିଜେପି ରାଜନୈତିକ ହିଂସା କରୁଛି, ବୁଥ୍ରେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରୁଛି, ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ।ସେପଟେ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି । ବୁଥ୍ ରିଗିଙ୍ଗ, ନିର୍ବାଚନୀ ହିଂସା, ସରକାରୀ ଅଫିସରମାନେ ପକ୍ଷପାତିତା ଅଭିଯୋଗ ଆଣିଛି ବିଜେପି । ଉଭୟ ଦଳ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ରାଜନୀତି ଦେଖିବାକୁ ମିଳିଥିଲା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ । ଏହାସହ ଉଭୟ ଦଳ ତରଫରୁ ପ୍ରବଳ ନାରାବାଜି ଦେଖିବାକୁ ମିଳିଥିଲା ।ପଞ୍ଚାୟତ ନିର୍ବାଚନ ବେଳେ ରାଜନୈତିକ ଆକ୍ରୋଶରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି ଭଦ୍ରକ ଧାମନଗର ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିରରେ ଜଣେ ବିଜେଡି କର୍ମୀଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସଂପର୍କୀୟ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ଓ ବିଜେପିର ଧାରଣା
-Advertisement-
-Advertisement-