ଭୁବନେଶ୍ଵର,୯।୨: ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଧାରଣାରେ ବସିଲା ଭାରତୀୟ ଜନତା ପାର୍ଟି । ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ବିଜେପି ଅଭିଯୋଗ କରିଛି- ପୌର ଆଇନ ଓ ମହାନଗର ନିଗମ ଆଇନ ଅନୁଯାୟୀ ଭୋଟର ତାଲିକା ଆପତ୍ତି ଅଭିଯୋଗ ପାଇଁ ୧୦ଦିନ ସମୟ ରହିବା କଥା । ଆୟୋଗ ମାତ୍ର ୬ ଦିନ ସମୟ ଦେଇଛନ୍ତି। ଏହାରି ଭିତରେ ୨ ଦିନ ଛୁଟି ରହୁଛି। ଏହାର ସମୟ ସୀମା ବୃଦ୍ଧି କରାଯାଉ। ଏହାସହ ନିର୍ବାଚନ ଅଧିକାରୀଙ୍କ ଦାବି ଓ ଆପତ୍ତି ଗୁଡ଼ିକର ତଦନ୍ତ ଫଇସଲା ପାଇଁ ମାତ୍ର ଗୋଟିଏ ଦିନ ରହିଛି। ଏହାକୁ ଆଇନ ଅନୁଯାୟୀ ୩ ଦିନ କରିବାକୁ ଦାବି କରିଛି ବିଜେପି। ସେହିଭଳି ଜାନୁୟାରୀ ପହିଲା ପରେ ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରିବାକୁ ବିଜେପି ଦାବି କରି ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛି। ପ୍ରକାଶଥାଉ କି ଗୁରୁବାର ୧୦୭ ପୌର ପରିଷଦ ଏବଂ ୩ ମହାନଗର ନିଗମ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ