ରାଷ୍ଟ୍ରପତି ଭବନ ଉପରେ ରକେଟ୍ ହମଲା, ରୁଷ କବଜାରେ ମାରିୟୁପୋଲ୍ ସହର

ନୂଆଦିଲ୍ଲୀ ,୦୫/୦୩:  ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ   ସଂଘର୍ଷ ଆଜି ହେଉଛି ୧୦ମ ଦିନ    । ଏହାରି ମଧ୍ୟରେ ୟୁକ୍ରେନ୍‌ରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ୧୦ ଲକ୍ଷ ବିଦେଶୀ ନାଗରିକ ୟୁକ୍ରେନ୍ ଛାଡ଼ିସାରିଛନ୍ତି । ୟୁକ୍ରେନ୍‌ର ପ୍ରମୁଖ ସହରକୁ ରୁଷିଆ ଦଖଲ କରିସାରିଥିବା ବେଳେ ବୋମା, ରକେଟ ଓ ମିସାଇଲ ମାଡ଼ରେ ୟୁକ୍ରେନ୍‌ର ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକ ଧ୍ୱଂସ ପାଇସାରିଛି ।   ଆକ୍ରମଣରେ ଓଡେଶା ଅଞ୍ଚଳରେ ଏକ ବ୍ରିଜ୍ କୁ ଉଡାଇ ଦେଇଛନ୍ତି ରୁଷ ସେନା । ବର୍ତ୍ତମାନ କିଭ୍ ଉପରେ ଅନ୍ତିମ ଆକ୍ରମଣ ପାଇଁ ରୁଷ ପ୍ରସ୍ତୁତି ଚଳାଇଛି । ୟୁକ୍ରେନ ଅଭିଯୋଗ ଆଣିଛି ଯେ, ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରାଯାଇଛି ।ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ ।    ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଟାର୍ଗେଟ୍ ଫେଲ୍ ମାରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର୍ ଜେଲେନସ୍କି । ଶୁକ୍ରବାର ୟୁକ୍ରେନର ଜପୋରିଜିୟା ପରମାଣୁ ପ୍ଲାଣ୍ଟକୁ କବଜା କରିନେଇଥିଲା ଋଷ ସେନା। ପରମାଣୁ ପ୍ଲାଣ୍ଟର ଆଡମିନ ବ୍ଲକ ଓ କଣ୍ଟ୍ରୋଲ ବ୍ଲକକୁ ଅକ୍ତିଆର କରିନେଇଥିଲା ଋଷ ସେନା। କିନ୍ତୁ ଗୁଳି ମାଡରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି। ସେପଟେ ଚିର୍ନୀହୀବ ସହରରେ ୨୪ ଘଣ୍ଟା ଧରି ଋଷ ସେନା ଆକାଶ ମାର୍ଗରୁ ଗୁଳି ବର୍ଷଣ ଜାରି ରଖିଛି। ଏଥିରେ ୪୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।।

-Advertisement-
-Advertisement-