ଶ୍ରୀମନ୍ଦିରରେ କୁମ୍ଭ ସଂକ୍ରାନ୍ତି ପାଳିତ

ପୁରୀ,୧୩/୨:ଆଜି ଶ୍ରୀମନ୍ଦିରରେ ପବିତ୍ର କୁମ୍ଭ ସଂକ୍ରାନ୍ତି ନୀତି ପାଳିତ ହୋଇଛି । ଆମ ଧାର୍ମିକ ପରମ୍ପରାରେ ଜଳପୂର୍ଣ୍ଣ କୁମ୍ଭର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି, କାରଣ ଏହାର ମୁଖରେ ରୁଦ୍ର, କଣ୍ଠରେ ବିଷ୍ଣୁ, ଆଧୋଭାଗରେ ବ୍ରହ୍ମା ଏବଂ କୁକ୍ଷି ଦେଶରେ ମାତୃକାଗଣ ନିବାସ କରିଥାନ୍ତି । ଜ୍ୟୋତିଷ ଗଣନା ଅନୁସାରେ, ସୂର୍ଯ୍ୟ ଯେଉଁ ରାଶିରେ ଯେତେବେଳେ ଅବସ୍ଥାନ କରନ୍ତି, ସେହି ଅନୁସାରେ ସେହି ମାସର ସଂକ୍ରାନ୍ତି ନାମିତ ହୋଇଥାଏ । ମକର ରାଶି ପରେ ସୂର୍ଯ୍ୟ କୁମ୍ଭ ରାଶିରେ ଅବସ୍ଥାନ କରନ୍ତି, ତେଣୁ ତାହା କୁମ୍ଭ ସଂକ୍ରାନ୍ତି ରୂପେ ପାଳିତ ହୋଇଥାଏ ।

-Advertisement-
-Advertisement-