ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଏଏସଆଇ ଡାଇରେକ୍ଟର ଜେନେରାଲ

ପୁରୀ, ୨୧/୦୨ : ପୁରୀରେ ଏଏସଆଇର ଡାଇରେକ୍ଟର ଜେନେରାଲ ଭି ବିଦ୍ୟାବତୀ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବିଦ୍ୟାବତୀ। ଏହା ସହ ସେ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଛନ୍ତି। ଏଏସଆଇର ମୋହର ବାଜିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେବେ ଏଏସଆଇ ଡିଜିଙ୍କ ସହ ଜିଲ୍ଲାପାଳ, ଏସପି, ଓବିସିସିର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପ କାର୍ଯ୍ୟ ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

-Advertisement-
-Advertisement-