ଶ୍ରୀମନ୍ଦିର ସୁରକ୍ଷା ନେଇ ଗୃହରେ ହଙ୍ଗାମା ,ଅପରାହ୍ଣ ୪ଟା ଯାଏଁ ଗୃହ ମୁଳତବୀ

ଭୁବନେଶ୍ବର,୨୯।୦୩ : ଶ୍ରୀମନ୍ଦିର ସୁରକ୍ଷା ନେଇ ଗୃହରେ ହଙ୍ଗାମା ।  ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି କିଛି ସମୟର ପ୍ରଶ୍ନ ଉତ୍ତର ପରେ ଆଉ ଚାଲିପାରିଲାନି ବିଧାନସଭା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନଙ୍କ ଅଭିନନ୍ଦନ ନେଇ ଗୃହ ସରଗରମ ହେବା ସହ ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟମାନଙ୍କ ପ୍ରତିବାଦ, ନାରାବାଜି ଯୋଗୁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।ବିଜେପି ସଭ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟିବା ପ୍ରସଙ୍ଗରେ ବି ହଙ୍ଗାମା କରିଛନ୍ତି । କିଛି ସମୟର ପ୍ରଶ୍ନ ଉତ୍ତର ପରେ ବିଧାନସଭା ଚାଲିପାରିନଥିଲା । ଗୃହର ମଧ୍ୟ ଭାଗରେ ବିଜେପି ସଦସ୍ୟମାନଙ୍କ ପ୍ରତିବାଦ, ନାରାବାଜି କରିଥିଲେ । ଫଳରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପଚି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭାର ଶୂନ୍ୟକାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିଥିଲା ।   ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ । ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ। ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ଏଏସଆଇ ଓ ଏଏନଏମ୍ କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ। ପ୍ରକୃତରେ ବାସ୍ତବ କଥା କଣ। ତେଣୁ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବି କଲେ। ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି କଲେ।