ସାନ୍ୟାଲ ଦା’ଙ୍କ ସଙ୍କଟ ମୋଚନ ସେବାଶ୍ରମ

ପୁରୀ: ସଦ୍‌ଗୁରୁ ସୀତାରାମ ଦାସ ଓଂକାରନାଥଙ୍କ ଶିଷ୍ୟ ସ୍ଵାମୀ ଚିତ୍ଘନାନନ୍ଦ (ସାନ୍ୟାଲ ଦା)୧୯୮୨ ମସିହାରେ ଚକ୍ରତୀର୍ଥ ରାସ୍ତା ପାର୍ଶ୍ଵରେ ଥିବା ସୁନାର ଗୌରାଙ୍ଗ ମଠ ପରିସରର ଏକ ଅଂଶରେ ସଂକଟମୋଚନ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏହି ଆଶ୍ରମଟି ସଙ୍କଟମୋଚନ ସେବାଶ୍ରମ ଟ୍ରଷ୍ଟ ଦ୍ଵାରା ସୁନାର ଗୌରାଙ୍ଗ ମଠ ଠାରୁ ଜମି କିଣାଯାଇ ପ୍ରତିଷ୍ଟିତ ହୋଇଥିଲା। ଟ୍ରଷ୍ଟ ଦ୍ଵାରା ଆଶ୍ରମ କାର୍ଯ୍ୟ ପରିଚାଳନା ହେଉଥିବାବେଳେ ସାନ୍ୟାଲ ଦା’ଙ୍କ ଦେହାନ୍ତ ପରେ ତାଙ୍କ ଗୁରୁଭ୍ରାତା ବିଶ୍ଵନାଥ ଦା’ ଗତ ୨୦୨୧ ମସିହା ପର୍ଯ୍ୟନ୍ତ ଆଶ୍ରମର ପୂଜାବିଧି ଦଇତ୍ଵରେ ଥିଲେ। ବିଶ୍ଵନାଥ ଦା’ଙ୍କ ଦେହାନ୍ତ ପରେ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ସେବା ପୂଜାର ସ୍ଵତନ୍ତ୍ର ବ୍ୟବସ୍ତା କରାଯାଇଛି।

-Advertisement-

ସ୍ଵାମୀ ଚିତ୍ଘନାନନ୍ଦ (ସାନ୍ୟାଲ ଦା)ଙ୍କ ପଦ ଚିହ୍ନ ଆଶ୍ରମ ଗମ୍ଭୀରାରେ ଏଯାବତ ବିଦ୍ୟମାନ। ପ୍ରତ୍ୟେକ ବର୍ଷ କୁମାରପୁର୍ଣିମାରେ ସାନ୍ୟାଲ ଦା’ଙ୍କ ମହାପରାୟଣ ଦିବସ ପାଳନ କରାଯାଏ। ଆଶ୍ରମରେ ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ। ରଥଯାତ୍ରା ସମୟରେ ଦୂରଦୁରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇଦିଆଯାଏ। ସ୍ଵାମୀ ଚିତ୍ଘନାନନ୍ଦଙ୍କ ଦ୍ଵାରା ପ୍ରତିଷ୍ଟିତ ଏହି ସଙ୍କଟମୋଚନ ସେବାଶ୍ରମ ଟ୍ରଷ୍ଟ ଅଦ୍ୟରୁ ସାମାଜିକ ସେବା ଓ ଆଧ୍ୟାତ୍ମିକ ସେବାରେ ନିୟୋଜିତ। ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୁରୀ ନିବାସୀ ଶ୍ରୀ ରବୀନ୍ଦ୍ରନାଥ ଦାଶ ଆଶ୍ରମ ଟ୍ରଷ୍ଟର ଆଜୀବନ ସଭାପତି ଭାବରେ ଦାଇତ୍ଵ ନିର୍ବାହ କରି ଭଗବତ ସେବା କରୁଛନ୍ତି। କୁମାରୀ ଅଞ୍ଜନା କୁମାରୀ ବାରିକ ଟ୍ରଷ୍ଟର ସମ୍ପାଦିକା ଭାବରେ ଦାଇତ୍ଵ ନିର୍ବାହ କରୁଛନ୍ତି।

-Advertisement-

Leave a Reply