ନୂଆଦିଲ୍ଲୀ, ୨୭/୦୩ : ରୁଷ-ୟୁକ୍ରେନ୍ ଦୁଇ ଦେଶ ମଧ୍ୟରେ ଦୀର୍ଘ ୧ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷ । ଏହାରି ଭିତରେ ପୁଣିଥରେ ଆମରେକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ନେଇ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି ବାଇଡେନ୍ । ସେ କହିଛନ୍ତି ବିନା କାରଣରେ ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷ । ୟୁକ୍ରେନ୍ ଆଜି ନିଜର ସ୍ୱାଧୀନତା ପାଇଁ ଲଢ଼େଇ କରୁଛି । ୟୁକ୍ରେନ୍ ସହିତ ଆମେରିକା ଛିଡ଼ା ହୋଇଛି । ଆମେ ଗଣତନ୍ତ୍ର ପାଇଁ ପୁରା ବଳ ଲଗେଇ ଲଢ଼ିବା । ଆମେ ଲୋକତନ୍ତ୍ର ପାଇଁ ସମସ୍ତ ଶକ୍ତି ଲଗାଇ ଲଢିବୁ । ରୁଷକୁ ଏହାର ଫଳ ଭୋକିବାକୁ ପଡ଼ିବ ବୋଲି ସେ କହିଛନ୍ତି । ୟୁକ୍ରେନର ଲୋକ ମାନେ ସ୍ବାଧୀନତା ପାଇଁ ଲଢ଼େଇ କରୁଛନ୍ତି । ଆମେରିକା ସଦାସର୍ବଦା ୟୁକ୍ରେନ୍ ସହିତ ରହିଛି ବୋଲି ବାଇଡେନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାହା ସହ ସେ ଆହୁରି କହିଛନ୍ତି କି ସବୁ ଦେଶ ମିଶି ୟୁକ୍ରେନକୁ ସାହାଯ୍ୟ କରିବା ଉଚିତ । ୟୁକ୍ରେନକୁ ଆହୁରି ଆର୍ଥିକ ସହାୟତା ଯୋଗାଇ ଦେବାନେଇ ସେ ଘୋଷଣା କରିଛନ୍ତି । ୟକ୍ରେନ୍ ରାଷ୍ଟ୍ରପତି ଜଲନସ୍କି ଲୋକତନ୍ତ୍ରରେ ଜଣେ ନିର୍ବାଚିତ ରାଷ୍ଟ୍ରପତି ବୋଲି ସେ ନିଜର ବିବୃତିରେ କହିଛନ୍ତି । ବାଇଡେନ୍ କହିଛନ୍ତି ଯେ, ହି ଅମାନୁଷିକତା ଆକ୍ରମଣ ପାଇଁ ରୁଷିଆ ଦାୟୀ । ମୁଁ ୟୁକ୍ରେନ୍ର ଶରଣାର୍ଥୀଙ୍କୁ ଭେଟିଛି ଏବଂ ଆମେ ୟୁକ୍ରେନ୍ର ଲୋକଙ୍କ ସହିତ ଛିଡ଼ା ହୋଇଛୁ । ବାଇଡେନ୍ ଅପିଲ କରିଛନ୍ତି ଯେ, ସବୁ ଦେଶ ମିଶି ୟୁକ୍ରେନ୍କୁ ସହଯୋଗ କରନ୍ତୁ । ୟୁକ୍ରେନ୍ର ରକ୍ଷା ପାଇଁ ଆମେରିକା ସବୁବେଳେ ଛିଡ଼ା ହୋଇଛି । ନାଟୋ ରୁଷିଆ ପାଇଁ ବିପଦ ନାହିଁ । ନାଟୋ ସୀମା ଅତିକ୍ରମ କରିବା କଥା ରୁଷିଆ ଚିନ୍ତା ନ କଲେ ଭଲ । ଆମେରିକାର ସେନା ସବୁ ସମୟରେ ସହଯୋଗ ପାଇଁ ପୋଲାଣ୍ଡରେ ଉପସ୍ଥିତ ଅଛନ୍ତି ।