ଭୁବନେଶ୍ବର: ସରପଞ୍ଚରୁ କ୍ରମେ ମନ୍ତ୍ରୀ ହୋଇଥିବା ଉଦାହରଣ ଭାରତୀୟ ଗଣତନ୍ତ୍ରରେ ଅନେକ ନଜିର ରହିଛି। ତେବେ ଚଳିତ ପଞ୍ଚାଯତ ନିର୍ବାଚନରେ ଓଡିଶାର ଜଣେ ପୂର୍ବତ୍ତନ ମନ୍ତ୍ରୀ ସମିତିସଭ୍ୟା ପଦ ପାଇଁ ପାର୍ଥୀପତ୍ର ଦାଖଲକରି ନୂଆ ଉଦ୍ଦାହରଣ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। ୨୦୦୦, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ଟିକଟରୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚାଂମଣ୍ଡଳୀରୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ଦୁଇ ଦୁଇ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଲି ବେହେରା ଏବେ ଭାରତୀୟ ଜନତା ପାର୍ଟି ସମର୍ଥନରେ ସମିତିସଭ୍ୟା ପଦ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରକାଶଥାଉକି ଅଞ୍ଜଳିଙ୍କୁ ୨୦୧୪ରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା ଓ ପରେ ସେ ବିଜେପିରେ ଯୋଗଦେଇଥିଲେ।