ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ୨ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର,୨୭।୦୩ : ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୨ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ସୁବାସ ଘିସିଂ ଗିରି ଏବଂ ଛତିଶଗଡ଼ରୁ ସୟାଦ ସହବଜା ନାକବିକୁ ଗିରଫ କରିଛି ଇଓଡବ୍ଲୁ । ଉଭୟଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ବଡ଼ବିଲ୍ କୋର୍ଟରେ ହାଜର କରାଯାଇଛି ।ସରକାରୀ ଅର୍ଥ ହଡ଼ପ ଅଭିଯୋଗରୁ ଦୁଇ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ ।  ଦ୍ୱିତୀୟ ଅଭିକ୍ତ ସୟଦ ସହବଜା ନକଭିକୁ ଛତିଶଗଡ଼ରୁ ଗିରଫ କରାଯାଇଛି ସେଠାରୁ ଆଣି ସୟଦକୁ ମଧ୍ୟ ବଡ଼ବିଲ କୋର୍ଟରେ ହାଜର କରାଯାଇଛି । ବଡ଼ବିଲ ମୁ୍ନ୍ସିପାଲିଟର କାର୍ଯ୍ୟ ନିର୍ବାହୀଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରିଛି ଇଓଡବ୍ଲୁ ।  ନକଲି ଚେକ୍ ଓ ଜାଲ୍ ଦସ୍ତଖତ ଜରିଆରେ ଏମାନେ ୨ କୋଟି ୪୪ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଥିଲାଏମାନଙ୍କ ନାଁରେ ବେଆଇନ୍ ଭାବେ ୨ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଥିବା ବଡ଼ବିଲ୍ ପୌର ଅଧିକାରୀଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଜାଲ୍ ଚେକ୍ ଓ ଦସ୍ତଖତରେ ଅଫିସ୍ ଆକାଉଣ୍ଟରୁ ୨.୪୫ କୋଟି ଟ୍ରାନ୍ସଫର କରିନେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।