ସରକାରୀ ଡାକ୍ତରଙ୍କ ଭୁବନେଶ୍ବର ଘରେ ଭିଜିଲାନ୍ସ ଚଢାଉ

କଣାସ, ୧୬/୦୨: – ରାଜଧାନୀରେ ଆଜି ଜଣେ ସରକାରୀ ଡାକ୍ତରଙ୍କ ଘରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ତାଙ୍କ ଘରୁ କୋଟିଏ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ପୁରୀ ଜିଲ୍ଲା କଣାସ ଚାରିଛକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ସୁକାନ୍ତ କୁମାର ଜେନା ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି ।

-Advertisement-
WhatsApp Image 2022 02 16 at 22.30.05 1

ଜଣଙ୍କର ପ୍ରସବ କରାଇବା ପାଇଁ ଡାକ୍ତର ଜଣଙ୍କ ୮ ହଜାର ଟଙ୍କା ମାଗିଥିଲେ ଓ ଅଗ୍ରୀମ ୩ ହଜାର ଟଙ୍କା ନେଇଥିଲେ ତଥା ଅସ୍ତ୍ରୋପଚାର ପରେ ୫ ହଜାର ଟଙ୍କା ନେବେ ବୋଲି କହିଥିଲେ । ଅଭିଯୋଗ ଆସିବା ପରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଡାକ୍ତରଙ୍କ ଭୁବନେଶ୍ୱର ପଟିଆରେ ଥିବା ବାସଭବନରେ ଚଢଉ କରି ସେଠାରୁ ପ୍ରାୟ କୋଟିଏ ଟଙ୍କା ନଗଦ ଜବତ କରିଛନ୍ତି ।

WhatsApp Image 2022 02 16 at 22.30.06

ଜବତ ହୋଇଥିବା ଟଙ୍କାର ମୂଲ୍ୟ ପ୍ରାୟ ଏକ କୋଟି ୧୨ ଲକ୍ଷ ଟଙ୍କା । ଟଙ୍କା ଗଣିବା ପାଇଁ ମେସିନ୍‌ ବ୍ୟବହାର କରାଯାଉଛି ।

-Advertisement-