ନୂଆଦିଲ୍ଲୀ,୦୭/ ୦୪ : ସରକାର ପ୍ରଦୂଷଣ କମ କରିବାକୁ ଜରୁରୀ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ଠାରୁ ସ୍ୱୟଂ ଚାଳିତ ଟେଷ୍ଟିଂ ସେଣ୍ଟରରୁ ହିଁ ଫିଟନେସ ସାର୍ଟିଫିକେଟ ନେବାକୁ ପଡ଼ିବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟର ଯା ନିୟମ ୧୯୮୯ ରେ ସଂଶୋଧନ କରିଛନ୍ତି । ସଂଶୋଧନ ଅନୁଯାୟୀ ଯାନଗୁଡ଼ିକୁ ପଞ୍ଜୀକୃତ ସ୍ୱୟଂ ଚାଳିତ ଟେଷ୍ଟିଂ ଷ୍ଟେସନରୁ ଫିଟନେସ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ । ଦେଶରେ ଏଣିକି ଓଜନଦାର ଦ୍ରବ୍ୟ(ମାଲ) ପରିବହନ ଯାନ ଏବଂ ଯାତ୍ରୀବାହୀ ସମେତ ବିଭିନ୍ନ ଯାନର ଫିଟନେସ ପ୍ରମାଣପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ହେବ । ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୫ ତାରିଖ ଦିନ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଧାରା ୧୭୫ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓଜନଦାର ଦ୍ରବ୍ୟ ପରିବହନକାରୀ ଏବଂ ଯାତ୍ରୀ ପରିବହନକାରୀ ଯାନଗୁଡିକର ଫିଟନେସ ପ୍ରମାଣ ପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ୨୦୨୩ ଏପ୍ରିଲ ପହିଲାରୁ କରାଇବା ବାଧ୍ୟତାମୂଳକ ହେବ । ଅନ୍ୟ ମଧ୍ୟମ ମାଲ ପରିବହନକାରୀ, ଯାତ୍ରୀ ପରିବହନକାରୀ ଏବଂ ହାଲୁକା ପରିବହନକାରୀ ମୋଟର ଯାନ ପାଇଁ ୨୦୨୪ ମସିହା ଜୁନ ପହିଲାରୁ ଏହା ବାଧ୍ୟତାମୂଳକ ହେବ ।
-Advertisement-
-Advertisement-