ହାଇଦ୍ରାବାଦ, ୨୩/୦୩ :ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଭୋଇଗୁଡ଼ା ଏକ କବାଡ଼ିଆ ଗୋଦାମରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଗୋଦାମରେ ନିଆଁ ଲାଗିବା କାରଣରୁ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତ୍ୟୁବରରଣ କରିଥିବା ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ବିହାରର ବାସିନ୍ଦା ଏବଂ ଏଠାରେ ଥିବା କବାଡି ଗୋଦାମରେ କାମ କରୁଥିଲେ ବୋଲି ଜଣାପଡିଛି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ହାଇଦ୍ରାବାଦ ଡିସିପି ସେଣ୍ଟ୍ରାଲ ଜୋନ୍ କହିଛି ଯେ ସମସ୍ତ ୧୧ଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି । ସୂଚନା ଅନୁସାରେ, କବାଡ଼ି ଗୋଦାମର ପ୍ରଥମ ମହଲାରେ ୧୨ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ହଠାତ୍ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଯାଇଥିଲା । ତେବେ ଶ୍ରମିକଙ୍କ ପାଇଁ ବାହାରିବାର ରାସ୍ତା ଏକ ମାତ୍ର ଗ୍ରାଉଣ୍ଡ ଫ୍ଲୋର କବାଡ଼ି ଦୋକାନର ମଧ୍ୟ ଭାଗରେ ରହିଥିଲା । ହେଲେ ଏହାର ସଟର ବନ୍ଦ ରହିଥିଲା । ଫଳରେ ନିଆଁରେ ପୋଡ଼ିଯାଇ ୧୧ ଜଣଙ୍କ ଜୀବନ ଯାଇଛି । ପୋଲିସର ସୂଚନା ଅନୁସାରେ ଫାୟାର କଣ୍ଟ୍ରୋଲ ରୁମକୁ ପ୍ରାୟ ଭୋର ୩ ଟା ସମୟରେ ନିଆଁ ଲାଗିଯାଇଥିବା ନେଇ ଖବର ମିଳିଥିଲା। ଏହାପଟେ ୯ ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୩ ଘଣ୍ଟା ସମୟ ଲାଗିଥିଲା ବୋଲି ପୋଲିସ କହିଛି ।
-Advertisement-
-Advertisement-